ALL ODIA IN WORLD

"ଅଲ ଓଡିଆ ଇନ ୱାର୍ଲଡ"
ନମସ୍କାର.....
ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ... ତଥା ସାମାଜିକ ମଞ୍ଚ "ଫେସ୍ ବୁକ୍" ର ବନ୍ଧୁ ଏବଂ ସଦସ୍ୟଗଣ ମାନଙ୍କୁ ଆମ୍ଭର ସାଦର ଅଭିନନ୍ଦନ । ଆଜିର ଏ ଭାଗଦୌଡପୂର୍ଣ୍ଣ ଜୀବନ ସ୍ରୋତରେ ଆପଣମାନଙ୍କୁ ଅର୍ପଣ କରୁଛୁ ସାମାଜିକ ବାର୍ତ୍ତାମଞ୍ଚର ଏକ ମୁକ୍ତ ପ୍ରାଙ୍ଗଣ "ଅଲ ଓଡିଆ ଇନ ୱାର୍ଲଡ" ।

ଶାନ୍ତ ସ୍ନିଗ୍‌ଧ କମନୀୟ ଅପରୂପା ଓ ପ୍ରକୃତି ର ଗନ୍ତାଘର । ସମୁଦ୍ରର ଉତ୍ତୁଙ୍ଗ ଲହରୀମାଳା ଯା’ର ଚରଣ ସ୍ପର୍ଶ କରି ପାଆନ୍ତି ଅନନ୍ତ ତୃପ୍ତି । ପ୍ରାକୃତିକ ଖଣିଜ ସମ୍ପତ୍ତି, ଶିଳ୍ପକଳା ଓ ଭାସ୍କର୍ଯ୍ୟରେ ଯା’ର ତନୁଶ୍ରୀ ଖଚିତ । ନୃତ୍ୟ, ବାଦ୍ୟ ଓ ଲୋକଗୀତିରେ ଯା’ର ଗଗନ ପବନ ପ୍ରକମ୍ପିତ । ନଦୀ, ବନ ଓ ଝରଣାର କୁଳୁକୁଳୁ ନାଦରେ ଯା’ର ଗାଁ ଗହଳି ର ଜୀବନସ୍ରୋତ ମୁଖରିତ । ଭୁବନେଶ୍ୱର ଏବଂ ଜଗନ୍ନାଥଙ୍କ କ୍ଷେତ୍ର ଯା’ର ଜନମାନସ କୁ ଶକ୍ତି ଓ ଭକ୍ତି ରେ ଅନୁପ୍ରାଣିତ କରିଆସିଛନ୍ତି । ସର୍ବୋପରି ଧର୍ମ, କର୍ମ ତଥା ସଂସ୍କାର ଓ ସଂସ୍କୃତି ଯାର କୋଣ ଓ ଅନୁକୋଣ ରେ ପ୍ରବାହିତ ହୋଇ କେଉଁ ଆବହମାନ କାଳରୁ ଓଡ଼ିଆ ମନ, ପ୍ରାଣ ଓ ଆତ୍ମା କୁ ପ୍ରଫୁଲ୍ଲ ଓ ସତେଜ କରି ରଖିଛି । ସେଇ ଗୌରବମୟୀ ଜନ୍ମଭୂମି ର ଆମେ ଗର୍ବିତ ସନ୍ତାନ ।

<<<<<ଆମେ ଓଡ଼ିଆ>>>>>>>ଏଇ ଓଡ଼ିଶା ମା’ର ଆମେ ଦାୟାଦ, ଏହାର ଭବିଷ୍ୟତର ରୂପରେଖ ଆମ୍ଭରି ହାତରେ । ଆମକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାକୁ ହେଲେ ସମସ୍ତେ ଏକ ମନ ପ୍ରାଣ ଓ ଆତ୍ମା ହୋଇ କାନ୍ଧରେ କାନ୍ଧ ମିଳାଇ ଆଗକୁ ଯିବାକୁ ହେବ । ଓଡିଆ ମାନଙ୍କ ଚିନ୍ତାଧାରା, ମତ, ବାର୍ତ୍ତାଳାପ ଏବଂ କଳ୍ପନାକୁ ବିଶ୍ୱବ୍ୟାପୀ ଓଡିଆ ଭାଇ ଓ ଭଉଣୀ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏବଂ ଆମ ମାନଙ୍କର ଭାବର ଆଦାନ ପ୍ରଦାନ ପାଇଁ । ଆମ ମାତୃଭୂମି ଓ ମାତୃଭାଷାର ଉନ୍ନତି କଳ୍ପେ ଏହି ଗୋଷ୍ଠୀ ସମସ୍ତ ପ୍ରକାର ଚିନ୍ତା ଓ ଚେତନାକୁ ଆଲୋଚନା ଏବଂ ପରାମର୍ଶ ମାଧ୍ୟମରେ ସର୍ବ ଜନବିଦିତ କରାଇପାରିବ ବୋଲି ଆମ୍ଭର ଦୃଢ଼ବିଶ୍ୱାସ । ଏହା "ଅଲ ଓଡିଆ ଇନ ୱୋର୍ଲଡ୍" ର ପ୍ରୟାସ । ଆଶା କରୁଅଛୁ, ଆମ୍ଭର ଏହି ସମୁଦ୍ରକୁ ଶଙ୍ଖେ ଭଳି, କ୍ଷୁଦ୍ର ପ୍ରୟାସଟି ଆପଣ ମାନଙ୍କ ସସ୍ନେହ ଶୁଭେଚ୍ଛା ସହ ଆମକୁ ଉତ୍ସାହିତ କରିବ ।

ଏହି ପରିପ୍ରେକ୍ଷୀରେ "ଅଲ ଓଡିଆ ଇନ ୱୋର୍ଲଡ" ତରଫରୁ ସମସ୍ତ ଓଡ଼ିଶାବାସୀ ତଥା ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ବିନମ୍ର ଅନୁରୋଧ ଯେ; ଚାଲନ୍ତୁ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଏବଂ କୌଣସି ପ୍ରକାରର ପ୍ରତିଯୋଗିତା ମୂଳକ ଅଭିସନ୍ଧି ନ ରଖି ଓଡ଼ିଆ ତଥା ଓଡ଼ିଶାର ଉନ୍ନତି ତଥା ପ୍ରଶସ୍ତି ନିମନ୍ତେ କାର୍ଯ୍ୟ କରିବା । ଓଡ଼ିଶାର ବିକାଶ ନିମନ୍ତେ ଆପଣଙ୍କ ଫଳପ୍ରସୁ ଦୁର୍ମୂଲ୍ୟ ମତାମତ ଆମ୍ଭର ଏକାନ୍ତ କାମ୍ୟ । ଏହା ଏକ ସାମାଜିକ ମଞ୍ଚ ଅଟେ । ଏଣୁ, ଏଠାରେ କୌଣସି ପ୍ରକାର ଅହେତୁକ ବାଦାନୁବାଦ ଏବଂ ନିଜର ସ୍ୱାର୍ଥ ପ୍ରଣୋଦିତ କାର୍ଯ୍ୟରୁ ନିବୃତ ରହିବା ।

ଜୟ ଓଡିଶା..... ଜୟ ଭାରତ......ଜୟ "ଅଲ ଓଡିଆ ଇନ ୱାର୍ଲଡ"
.......................... "ଧନ୍ୟବାଦ".....................